ରିପୋର୍ଟ କାର୍ଡ / ଭୁବନେଶ୍ୱର
ଷଷ୍ଠ ଦିନରେବି ବିଧାନସଭା ଅଚଳାବସ୍ଥା ଜାରିରହିଛି | ବିଧାନସଭାରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ ସ୍ଥିତି ଲାଗିରହିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ ନବୀନ ନିବାସକୁ ବିଜେପି ବିଧାୟକମାନେ ଶୋଭାଯାତ୍ରାରେ ବାହାରିଛନ୍ତି। ଅପରପକ୍ଷେ ବିଜେଡି ବିଧାୟକମାନେ ତାଙ୍କ ପଛରେ ଆସୁଥିବା ବେଳେ ବିଜେପି ନେତାଙ୍କୁ ପାଛୋଟି ନେଉଥିବା କହିଛନ୍ତି। ସେହିଭଳି ନବୀନ ନିବାସରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ସଦସ୍ୟମାନେ ଏକାଠି ହୋଇ ବିଧାୟକମାନଙ୍କୁ ସ୍ବାଗତ କରିବାକୁ ଛିଡ଼ା ହୋଇ ରହିଥିବା ଦେଖାଯାଇଛି। ଏହାକୁ ନେଇ ଗୃହ ବାହାରେ ଶାସକ-ବିରୋଧୀଙ୍କ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଗୃହ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..