ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବିଜେଡି ବିଧାୟକମାନେ ବାହାରିଛନ୍ତି। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିବା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବିଜେଡି ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ନିଷ୍ପତ୍ତିକୁ ପୁନଃବିଚାର ପାଇଁ ଦାବି କରାଯାଇଛି। ଏହାସହିତ ତାରା ପ୍ରସାଦ ବାହିନୀପତିଙ୍କ ଉପରେ ଲାଗୁ ହୋଇଥିବା ନିଳମ୍ବନକୁ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯଙ୍କ ସହିତ ପ୍ରତାପ ଦେବ ଏବଂ ଅରୁଣ ସାହୁ ବାଚସ୍ପତିଙ୍କୁ ଭେଟି ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିବା ସୂଚନା ମିଳିଛି।





More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..