ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ। ପଞ୍ଚାୟତି ବ୍ୟବସ୍ତାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅରୁଣ ସାହୁ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ରହି ବିଜେପିକୁ ଟାର୍ଗେଟ କରିଛନ୍ତି।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……