Report Card Odisha

| Daily Odia News

ତୁମ ସାମ୍ନାରେ କିସ୍ କରିବି, ମୋର କ’ଣ କରିବ”…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶ ଆଉ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ସତର୍କ କରାଉଛନ୍ତି | ହେଲେ କିଛି ଅମାନିଆ କଟକଣାକୁ ମାନିବାକୁ ନାରାଜ | କର୍ଫ୍ୟୁ ସମୟରେ କାରରେ ବୁଲି ବାହାରିଥିବା ଦମ୍ପତି ରାସ୍ତାରେ ହାଇଭୋଲଟେଜ ଡ୍ରାମା କରିଛନ୍ତି । ପାଖରେ ନାଇଟ୍ କର୍ଫ୍ୟୁର ପାସ୍ ନଥିଲା, କି ମୁହଁରେ ମାସ୍କ । ନିୟମ ଉଲ୍ଲଂଘନ କଲେ, ଆଉ ପୋଲିସକୁ ନାଲି ଆଖି ବି ଦେଖାଇ କହିଛନ୍ତି କି । ’ମାସ୍କ ନାମରେ ଚାଲାଣ କାଟିବା ପାଇଁ ଆସିଗଲେ ଭିକାରୀ । ମୁଁ ତାଙ୍କୁ ତୁମ ସାମ୍ନାରେ କିସ୍ ବି କରିବି, ମୋର କ’ଣ କରିବ କ” । ମାସ୍କ କାହିଁକି ପିନ୍ଧିନାହିଁ ବୋଲି ପ୍ରଶ୍ନ କରିବାରୁ ନାଲି ଆଖି ଦେଖାଇ ପାଖରେ ଧିବା ସ୍ୱାମୀଙ୍କ ଆଡ଼କୁ ଇଙ୍ଗିତ କରି ଏପରି କହିଛନ୍ତି ମହିଳା । କରୋନା ସଂକ୍ରମଣ ସମୟରେ ବାହାରକୁ ବାହାରିବା ପାଇଁ କଟକଣା ଲାଗିଥିବା ବେଳେ କର୍ଫ୍ୟୁରେ କାରରେ ବୁଲି ବାହାରିଥିଲେ ଦମ୍ପତି । ତେବେ ଭୁଲ କରି ମଧ୍ୟ ଆଖିରେ ତାଙ୍କର ଟିକିଏ ବି ପଶ୍ଚାତାପର ଭାବ ଦେଖିବାକୁ ମିଳିନଥିଲା । ବରଂ କାରରୁ ବାହାରି ଆସି ପୋଲିସକୁ ଗାଳିଗୁଲଜ କରିବା ସହ ବାପା ପୋଲିସରେ ଥିବା କହି ଧମକ ଦେଇଛନ୍ତି । ତେବେ ସେହି ସମୟର ଭିଡ଼ିଓ ଏ‍ବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୱିକେଣ୍ଡ ଲକଡାଉନ୍ ପାଇଁ ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ପୋଲିସ ବିନା ମାସ୍କରେ କର୍ଫ୍ୟୁ ସମୟରେ କାରରେ ବୁଲିବା ପାଇଁ ବାହାରିଥିବା ହଳେ ଦମ୍ପତିକୁ ଅଟକାଇଥିଲେ । ପୋଲିସ ବାଟ ଓଗାଳିବା ଦେଖି ରାଗି ପାଚି ଲାଲ ହୋଇଯାଇଥିଲେ ମହିଳା ଜଣକ । କାରରୁ ବାହାରି ପୋଲିସକୁ ଅଭଦ୍ର ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଚାଲିଥିଲା କଥା କଟାକଟି । ପୋଲିସର କୌଣସି କଥା ଶୁଣିବାକୁ ରାଜିନଥିଲେ ମହିଳା । ମୋ ବାପା ବି ଜଣେ ଏଏସଆଇ କହି ପୋଲିସକୁ ଧମକ ଦେବା ମଧ୍ୟ ଦେଇଥିଲେ । କରୋନା କିଛି ନାହିଁ, ଲୋକଙ୍କୁ କେବଳ ହଇରାଣ କରାଯାଉଛି ବୋଲି ମହିଳା ଜଣକ କହିଛନ୍ତି । ତେବେ ରାଜରାସ୍ତାରେ ମହିଳାଙ୍କ ଡ୍ରାମା କମ୍ ନହେବାରୁ ଦିଲ୍ଲୀ ପୋଲିସ୍ ବାଧ୍ୟ ହୋଇ ମହିଳା ପୋଲିସ ଅଧିକାରୀଙ୍କୁ ଡକାଇଥିଲେ । ଏବଂ ତାଙ୍କ ସାହାଯ୍ୟରେ ଉଭୟଙ୍କୁ ଥାନା ନେଇଯାଇଥିଲେ । ଆଉ ସେଠାରେ ଉଭୟଙ୍କ ବିରୋଧରେ ଧାରା ୧୮୮ ଓ ୫୧ ବି ଆଧାରରେ ମାମଲା ରୁଜୁ କରାଯାଇ ଚାଲାଣ କଟାଯାଇଛି ।

 

 

Breaking News