ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ କୋଇଲା ଦୁର୍ନୀତିରେ ତଦନ୍ତକୁ ନେଇ ସମନ ଜାରି କରିଛି ଇଡି। ଏହାକୁ ନେଇ ଏବେ ବିଜେପି ଓ ଟିଏମସି ମଧ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗାଫିଙ୍ଗି । ପୁତୁରାଙ୍କୁ କେନ୍ଦ୍ରୀୟ ଏଜେନ୍ସିର ତଲବ ପରେ କ୍ରୋଧ ଜାହିର କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ବିଧାନସଭା ନିର୍ବାଚନର ପ୍ରତିଶୋଧ ନେଉଛି। ନିଜ ଜୀବନରେ ପ୍ରତିଶୋଧ ନେଉଥିବା ଏମିତି ପାର୍ଟି କେବେ ବି ଦେଖିନି। ବିଜେପି ଓ କୋଇଲା ମାଫିଆଙ୍କ ମଧ୍ୟରେ ରହିଥିବା ସଲାସୁତୁରାର ପ୍ରମାଣ ତାଙ୍କ ପାଖରେ ଅଛି। ଏସବୁକୁ ସେ ଇଡିକୁ ଦେବେ ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ଆମ ବିରୋଧରେ ତଦନ୍ତ ଏଜେନ୍ସିକୁ ହାତବାରିସି କରି ରାଜନୈତିକ ଲଢେଇ ଲଢି ପାରିବ ନାହିଁ। ଯଦି ବିଜେପି ଆମକୁ ଇଡିର ଭୟ ଦେଖାଇବ ତେବେ ଆମେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିକୁ ବିଜେପି ନେତାଙ୍କ ବିରୋଧରେ ପ୍ରମାଣ ଦେବୁ। ବିଜେପିର ମନ୍ତ୍ରୀମାନଙ୍କ କୋଇଲା ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି। ନିର୍ବାଚନ ସମୟରେ କୋଇଲା ମାଫିଆଙ୍କ ଦ୍ଵାରା ଚାଲୁଥିବା ହୋଟେଲ୍ରେ ହିଁ ବିଜେପି ନେତା ରହିଥିଲେ। ମୋର ରାଜନୈତିକ ଜୀବନରେ ଏମିତି ପ୍ରତିଶୋଧ ପରାୟଣ ହେଉଥିବା ପାର୍ଟି ଦେଖିନଥିବା ମମତା କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାଜ୍ୟରେ କୋଇଲା ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ନୋଟିସ୍ ଜାରି କରିଛି। ଅଭିଷେକ ବାନାର୍ଜୀ ଲୋକସଭାରେ ଡାଇମଣ୍ଡ ହାର୍ବର ଆସନରୁ ପ୍ରତିନିଧିତ୍ଵ କରନ୍ତି ଏବଂ ଟିଏମସରି ଜାତୀୟ ସାଧାରଣ ସଂପାଦକ। ପଚରା ଉଚୁରା ପାଇଁ ଇଡି ତାଙ୍କୁ ସେପ୍ଟେମ୍ବର ୬ରେ ହାଜର ହେବାକୁ ସମନ ଜାରି କରିଛି। ସେପଟେ ତାଙ୍କ ପତ୍ନୀଙ୍କୁ ସେପ୍ଟେମ୍ବର ୧ ତାରିଖରେ ହାଜର ହେବାକୁ କୁହାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..