ରିପୋର୍ଟ କାର୍ଡ / ପାଟଣା
ଦେଶବାସୀ କରୋନା ସହିତ ଲଢ଼ୁଥିବା ବେଳେ ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । କରୋନା ସଙ୍କଟ କାଳରେ ମୃତଦେହ ସବୁ ଏଭଳି ଭାବରେ ନଦୀରେ ଭାସିବା ନେଇ ଦେଶରେ କରୋନା ସ୍ଥିତି ସମ୍ପର୍କ ଉପରେ ପ୍ରଶ୍ନ ବାଛି ସୃଷ୍ଟି କରୁଛି । ଯାହାକୁ ନେଇ ବିହାରର ଲୋକେ ଆତଙ୍କିତ ଅବସ୍ଥାରେ ଥିବା ନେଇ ଜଣାପଡିଛି । ସୋମବାର ସକାଳୁ ନଦୀରେ ମୃତଦେହ ଗୁଡ଼ିକ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ମୃତଦେହ ଗୁଡ଼ିକ ଉତ୍ତର ପ୍ରଦେଶରୁ ନଦୀରେ ଭାସି ଆସିଥିବା ବେଳେ ଏମାନେ ସମସ୍ତେ କରୋନା ରୋଗୀ ବୋଲି ସ୍ଥାନୀୟ ପ୍ରଶାସନ ଅନୁମାନ କରୁଛି । ଶବ ପୋଡ଼ିବା ପାଇଁ ସ୍ଥାନ ନମିଳିବାରୁ ହୁଏତ ସେମାନଙ୍କର ପରିଜନମାନେ ମୃତଦେହକୁ ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଚୌସା ଜିଲ୍ଲା ଅଧିକାରୀ ଅଶୋକ କୁମାରଙ୍କ କହିବା ଅନୁସାରେ, ପାଖାପାଖି ୪୦ରୁ ୫୦ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଗୁଡ଼ିକୁ ନଦୀରେ ଫିଙ୍ଗା ଯାଇଥିବା ଜଣାପଡ଼ୁଛି। ଆଉ ଜଣେ ଅଧିକାରୀ କହିଛନ୍ତି, ମୃତଦେହ ଗୁଡ଼ିକ ପାଣିରେ ପାଖାପାଖି ୫ରୁ ୭ଦିନ ଯାଏ ରହିଥିବା ଜଣାପଡ଼ୁଛି।ଆମେ ଏସବୁକୁ ପାଣି ଭିତରୁ ବାହାର କରିଛୁ। ତେବେ ଏହି ମୃତଦେହ ଗୁଡ଼ିକ ଏଠାକାରର ନୁହେଁ। ପ୍ରକୃତରେ ମୃତଦେହ ଗୁଡ଼ିକ କେଉଁଠୁ ଆସିଲା ସେନେଇ ତଦନ୍ତ କରାଯିବା ଉଚିତ୍। ଏହା ୟୁପି-ବହରାଇଚ୍ ଟାଉନ୍ ନା ବାରାଣସୀ ନା ଆହ୍ଲାବାଦରୁ ଭାସି ଆସିଛି ସେନେଇ ତଦନ୍ତ ହେବା ଉଚିତ୍। ମୃତଦେହ ଗୁଡ଼ିକ ବିହାରର ହୋଇନଥିବା ବେଳେ ଏହା ୟୁପିର ବୋଲି ବିହାର କହୁଥିବା ବେଳେ ଘଟଣାକୁ ନେଇ ଉଭୟ ରାଜ୍ୟ ପରସ୍ପର ଉପରେ ଦୋଷ ଲଦିବା ହେଉଥିବା ନେଇ ସୂଚନା ମିଳିଛି ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….