Report Card Odisha

| Daily Odia News

ରାଜ୍ୟର ସମସ୍ତ ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କଲେ ରାଜ୍ୟ ସରକାର….‌

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାରା ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ୍‌ ନେଇ ଘୋଷଣା କଲେ ଏସଆରସି । କରୋନା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ଆମେ ସମସ୍ତେ ପ୍ରସ୍ତୁତ ହେଉଛୁ। ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳ ଏହି ନିୟମ ଲାଗୁ ହେବ ବୋଲି ଜଣାଯାଇଛି। ଭୟଙ୍କର ହେବାରେ ଲାଗିଛି କରୋନା । ଦିନକୁ ଦିନ ରାଜ୍ୟରେ ସଙ୍ଗୀନ ସ୍ଥିତି ହେଲାଣି। ଏବେ ୫ ହଜାର ମୁହାଁ ହେଲାଣି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ । ତେବେ ଏହାକୁ ନେଇ ଆଜି ପ୍ରେସମିଟ୍‌ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଏଠାରେ ସୂଚନା ଦେଉଛୁ ଯେ, ଆଜି ରାଜ୍ୟରେ କରୋନା ସଂକ୍ରମଣ ୪ ହଜାର ଟପିଛି। ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ ଅଧିକ ରୋଗୀ ବାହାରୁଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ଦେଶ ଓ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ବେଳେ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ୯ ହଜାରରୁ ଅଧିକ କୋଭିଡ୍ ବେଡ୍ ରହିଛି । ବିଭିନ୍ନ ରାଜ୍ୟରେ କୋଭିଡର ଦ୍ୱିତୀୟ ପ୍ରବାହରେ ପାଖାପାଖି ୩୦ରୁ ୪୦ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି । ଗତବର୍ଷ ଭଳି ଏକାଠି ହୋଇ ସରକାରଙ୍କ ନିୟମ ମାନି କରୋନା ସହ ମୁକାବିଲା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ପ୍ରଦୀପ କୁମାର ଜେନା ଆହ୍ୱାନ ଦେଇଛନ୍ତି । ଠିକ୍ ଭାବରେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ସହ ସାବୁନ୍ କିମ୍ବା ହ୍ୟାଣ୍ଡୱାସରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ସଂକ୍ରମଣ ସଂଖ୍ୟା ଗତ ୨୪ ଘଣ୍ଟାରେ ସବୁ ରେକର୍ଡ ପାର୍ କରିଛି । ଏଥିରୁ ଅନୁମାନ କରି ହେଉଛି କୋଭିଡ୍ ଦ୍ୱିତୀୟ ଲହରୀ ବେଶ୍ ଭୟାନକ । ଏପ୍ରିଲ୍ ୧୫ରେ ସରକାର ଜାରି କରିଥିବା ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଛତିଶଗଡ଼ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ଏଣିକି ସାରା ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହେବ । ଆସନ୍ତା ୨୪ରୁ ରାଜ୍ୟର ସମସ୍ତ ସହାରାଞ୍ଚଳରେ ୱିକେଣ୍ଡ ସଟଡାଉନ୍ ଲାଗୁ ହେବ । ଶୁକ୍ରବାର ରାତିରୁ ନାଇଟ୍ କର୍ଫ୍ୟୁ ସହ ସଟଡାଉନ୍ ସୋମବାର ସକାଳ ଯାଏ ବଳବତ୍ତର ରହିବ ବୋଲି ଏସଆରସି ଘୋଷଣା କରିଛନ୍ତି ।  ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ | ବିବାହ ଶୋଭାଯାତ୍ରା ଲାଗି ଅନୁମତି ନାହିଁ । ବିବାହ ଉତ୍ସବରେ ସର୍ବମୋଟ ୫୦ ଜଣ, ଅନ୍ତ୍ୟେଷ୍ଟିରେ ସର୍ବମୋଟ ୨୦ ଜଣ ଯୋଗ ଦେଇପାରିବେ । ଥର ଥର କରି ୫୦ ଜଣ ଲେଖାଏଁ ୫ଶହ ଜଣ ଭାଗ ନେଇପାରିବେ ନାହିଁ । ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି ।ସଟଡାଉନ ବେଳେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଖାଦ୍ୟ, ଗ୍ରସରୀ, କ୍ଷୀର ଦୋକାନ ଖୋଲିବ । ମାଲପରିବହନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ରେଳ, ବିମାନ ଓ ବସ୍ ସେବା ଜାରି ରହିବ । ଯାତ୍ରୀଙ୍କୁ ପରିବହନ ଲାଗି ଯାତ୍ରା ଟିକେଟ୍ ଦେଖାଇବାକୁ ପଡ଼ିବ । ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖୋଲା ରହିବ । କେହି ବସିକରି ଖାଇ ପାରିବେ ନାହିଁ, କେବଳ ପାର୍ସଲ ଦିଆଯିବ । ଅନଲାଇନ୍ ଫୁଡ୍ ଡେଲିଭରୀ ଜାରି ରହିବ । ଗଣାମାଧ୍ୟମ ପ୍ରତିନିଧି ଯାତାୟତ କରିପାରିବେ । ଏଥିପାଇଁ କୌଣସି ପାସ୍ ଦିଆଯିବ ନାହିଁ । ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ବ୍ୟକ୍ତି ପରିଚୟପତ୍ର ଦେଖାଇ ଯାଇ ପାରିବେ । ଜରୁରୀକାଳୀନ ଭାବେ କେହି ମେଡିକାଲ ଯାଉଥିଲେ ଚିକିତ୍ସା ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇ ଯାଇପାରିବେ । ରାଜ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନରେ ପାଠପଢ଼ା ସହ ହଷ୍ଟେଲ ବନ୍ଦ କରାଯାଇଛି । ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Breaking News