Report Card Odisha

| Daily Odia News

ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅତିରିକ୍ତ ପୋଲିସ ଟିମ୍ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ, ବୋମା ଥିବା ନେଇ ଧମକ ମିଳିବା ପରେ ପୋଲିସ ତୁରନ୍ତ କୋର୍ଟ ପରିସରକୁ ସୁରକ୍ଷା ବଳୟ ମଧ୍ୟକୁ ନେଇଥିଲା। ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କୋର୍ଟ ପରିସରରେ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଓ ଅନ୍ୟାନ୍ୟ ଉପକରଣ ସହାୟତାରେ ପରିସରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ପ୍ରବେଶ ଓ ଯାତାୟାତ ଉପରେ କଡ଼ା ନଜର ରଖାଯାଇଛି। ବରିଷ୍ଠଖୋ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରୁଥିବା ବେଳେ କିଏ ଏହି ଧମକ ଦେଇଛନ୍ତି ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।

Breaking News