ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ବୁଧବାରଠୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ। ଆଜି ରାଜ୍ୟ ସରକାର ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଓଡିଶାକୁ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତ ବସ୍ ସେବାକୁ ବନ୍ଦ କରାଯାଇଛି । କରୋନା ମୁକାବିଲା ପାଇଁ ଓଡିଶା ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ, ଆସନ୍ତା ୫ ତାରିଖରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ଏହି ନିୟମ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ସୂଚନାଯୋଗ୍ୟ, ଲକଡାଉନ୍ ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..