ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ବୁଧବାରଠୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ। ଆଜି ରାଜ୍ୟ ସରକାର ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଓଡିଶାକୁ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତ ବସ୍ ସେବାକୁ ବନ୍ଦ କରାଯାଇଛି । କରୋନା ମୁକାବିଲା ପାଇଁ ଓଡିଶା ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ, ଆସନ୍ତା ୫ ତାରିଖରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ଏହି ନିୟମ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ସୂଚନାଯୋଗ୍ୟ, ଲକଡାଉନ୍ ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି ।
More Stories
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..