ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ପରେ ଗୋଟିଏ ଦେଶ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଦେଶରେ କରୋନା ସଂକ୍ରମଣ ପୂର୍ବଥର ଅପେକ୍ଷା ଦ୍ୱିତୀୟ ଲହର ଦ୍ରୁତଗତିରେ ବଢିଚାଲିଛି | ଏବେ କାନାଡ଼ା ସରକାର ଭାରତରୁ ଆସୁଥିବା ବିମାନ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଆସନ୍ତା ୩୦ ଦିନ ଯାଏ କଟକଣା ବଳବତ୍ତର ରହିବ । ଭାରତରେ କରୋନା ସ୍ଥିତି ଉଦବେଗଜନକ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି କାନାଡ଼ା । ଭାରତ ସହ ପାକିସ୍ତାନରୁ ବିମାନ ବି କାନାଡ଼ା ଉଡ଼ାଣ ଭରି ପାରିବ ନାହିଁ । କୋଭିଡ୍ ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କାନାଡା ସ୍ପଷ୍ଟ କରିଛି । ସେହିପରି ୟୁଏଇ ମଧ୍ୟ ଭାରତରୁ ଆସୁଥିବା ବିମାନଗୁଡ଼ିକ ଉପରେ ୧୦ ଦିନ ନିଷେଧାଦେଶ ଜାରି କରିଛି । ଆସନ୍ତା ରବିବାରଠୁ ଲାଗୁ ହେବ କଟକଣା ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..