ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ଡ୍ୟାନ୍ସ ବାର୍ ଚାଲିବା ଘଟଣାରେ ବାର୍ ମାଲିକଙ୍କ ସହ ୨ କର୍ମଚାରୀଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ନାଇଟ୍ କର୍ଫ୍ୟୁ କଟକଣା ନମାନି ବାର୍ ରେ ଏକାଠି ହୋଇଥିଲେ ୫ ଶହ ଯୁବକଯୁବତୀ । ଯାହାର ସୂଚନା ପାଇ ବିଳମ୍ବିତ ରାତିରେ ବାର୍ ରେ ଚଢାଉ କରିଥିଲା ପୋଲିସ । ପୋଲିସର ଚଢାଉ ପରେ ସଂପୃକ୍ତ ବାର୍ କୁ ସିଲ୍ କରିଥିଲା ବିଏମସି । ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ରଙ୍ଗୀନ ଲାଇଟ୍ ସାଙ୍ଗକୁ ଡିଜେ ଗୀତରେ ଦୁଲୁକୁଥିଲା ବାର୍ । ବିଭିନ୍ନ ହିନ୍ଦୀ ଗୀତର ତାଳେ ତାଳେ ମସୁଗୁଲ ଥିଲେ ଯୁବପୀଢ଼ି । ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା ପୋଲିସ । ବାର୍ ଭିତରେ ଥିଲେ ପାଖାପାଖି ୫ ଶହ ଯୁବକ ଯୁବତୀ । କରୋନା ନିୟମ ଉଲଂଘନ କରିବା ଅଭିଯୋଗରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସୀ ବାରକୁ ବିଏମସି ସହାୟତାରେ ସିଲ୍ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଭୁବନେଶ୍ବରରେ ଏବେ ବି ନାଇଟ୍ କର୍ଫ୍ୟୁ ଜାରି ରହିଛି । ଏଭଳି କ୍ଷେତ୍ରରେ ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ ।
Discussion about this post