ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ନିକଟରେ ଏକ କାର୍ ଭୋର୍ ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ପୋଖରୀକୁ ଖସି ପଡିଛି। ଏହି ଦୁର୍ଘଟଣାରେ କାର୍ ଭିତରେ ଥିବା ୭ଜଣଙ୍କ ମଧ୍ୟରୁ ୫ ଜଣଙ୍କର ପାଣିରେ ଶାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଆଉ ୨ ଜଣ ବଞ୍ଚିଯାଇଛନ୍ତି । ମୃତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ମୋଟଙ୍ଗା ଥାନା ବାଙ୍ଗୁରସିଂ ଗ୍ରାମରୁ ଏକ ବାହାଘର ଇନ୍ଦୁପୁର ଆସିଥିଲା । ସେଠାରୁ ବରଯାତ୍ରୀ ବାହାଘର ସାରି ଛାଟିଆ ଦେଇ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।






More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା…..
ବଢିଲା ମହଙ୍ଗା ଭତ୍ତା…..
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…..