Report Card Odisha

| Daily Odia News

ଉତ୍ତର ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ : ୧୨୦ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରବାହ ଜନିତ ବର୍ଷା ଲାଗି ରହିଥିଛି | ପ୍ରବଳ ବର୍ଷା ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର , ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡରେ ପ୍ରବଳ ବର୍ଷା ସହ ବନ୍ୟା, ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ଅନେକ ରାସ୍ତା ଓ ସେତୁ ବନ୍ୟା ଜଳରେ ଭାସି ଯାଇଛି। ଏସବୁ ରାଜ୍ୟରେ ମୋଟ୍‌ ୧୨୦ଜଣଙ୍କ ମୃତ୍ୟୁ ହୋଇଛି। ରେଳସେବା ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ସଂସ୍ଥାମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବର୍ଷା ଓ ବନ୍ୟା ଯୋଗୁଁ ଘରେ ପାଣି ପଶି ଘର ଭୁଶୁଡ଼ି ପଡିଛି | ଚଳିତ ମାସରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବାଦଲ ଫଟା ବର୍ଷା, ଭୂସ୍ଖଳନ, ବର୍ଷା ଯୋଗୁ ସଡ଼କ ଦୁର୍ଘଟଣା ଘଟଣାରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। କାଙ୍ଗ୍ରା ଜିଲ୍ଲାର ଗତକାଲି ରାତିସାରା ହୋଇଥିବା ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି ଓ ୧୨ଟି ଘର କ୍ଷତିଗ୍ରସ୍ତ ହୋଇଛି। ମଙ୍ଗଳବାର ଛଅଟି ଘର ଭାସିଯିବା ପରେ ଉପତ୍ୟକାରେ କ୍ଷତିଗ୍ରସ୍ତ ଘର ସଂଖ୍ୟା ୧୮ରେ ପହଞ୍ଚିଛି। ଆସାମରେ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଜାମ୍ମୁ-କାଶ୍ମୀରରେ ଗତ ୪୮ ଘଣ୍ଟାରେ ୨୩ ଜଣଙ୍କ ଜୀବନ ଯାଇଛି। ନାଗାଲାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସାତ ଜଣ ଲୋକ ନିଖୋଜ ଅଛନ୍ତି। ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି, ଜାମ୍ମୁ ଡିଭିଜନର ପୁଞ୍ଚ, ରାଜୌରୀ, କାଠୁଆ, ରିଆସି, ସାମ୍ବା ଓ କିସ୍ତୱାଡ଼ ଏବଂ କାଶ୍ମୀରର ବଡଗାମ, ବାନ୍ଦିପୋରା ଓ ଗଣ୍ଡେରବଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଝେଲମ ଓ ଚେନାବ ନଦୀ ଓ ଅନେକ ଉପନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗ୍ରାମ ଓ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ପରେ ସଲାଲ ଡ୍ୟାମର ସମସ୍ତ ଗେଟ ଖୋଲାଯାଇଛି।

Breaking News