ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ମୋ ଭଉଣୀ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ମୁଁ ବହୁତ ଖୁସି। ସେ ମୋତେ ରାକ୍ଷୀ ବାନ୍ଧିଥିବାରୁ ଭାଇ ବୋଲି ଡାକନ୍ତି। ଜଣେ ଓଡ଼ିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ସେ ଗର୍ବିତ। ଆଜି ଓଡ଼ିଶା ଓ ସାରା ଦେଶ ପାଇଁ ଗୌରବର ଦିନ। ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପରେ ଏହା ଥିଲା ଶ୍ରୀ ପଟ୍ଟନାୟକଙ୍କ ପ୍ରତିକ୍ରିୟା। ସଂସଦ ଭବନର କେନ୍ଦ୍ରୀୟ ହଲ୍ରେ ସୋମବାର ଦିନ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଶ୍ରୀମତୀ ମୁର୍ମୁ। ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ସହ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାଙ୍କୁ ଏଥିପାଇଁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା। ସମାରୋହର ପ୍ରଥମ ଧାଡ଼ିରେ ସେ ବସିଥିଲେ। ଉତ୍ସବରେ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା |






More Stories
ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ….
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା…..
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..