Report Card Odisha

| Daily Odia News

୧୫ଦିନ ମଧ୍ୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସିବିଏସଇ ପକ୍ଷରୁ ନିକଟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ପରୀକ୍ଷା ବାତିଲ ପ୍ରସଙ୍ଗରେ ଓଡ଼ିଶା ସମେତ ସାରା ଦେଶରେ ଦ୍ବନ୍ଦ୍ବ ଲାଗି ରହିଛି । ସିବିଏସଇ ଦ୍ବାଦଶ ଶ୍ରେଣୀପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀଙ୍କୁ କିଭଳି ନମ୍ବର ଦିଆଯିବ ଏବଂ ସେମାନଙ୍କୁ ନମ୍ବର ଦେବା ପାଇଁ କେଉଁ ଆଧାରରେ ମୂଲ୍ୟାଙ୍କନ କରାଯିବ ସେଥିନେଇ ଆଲୋଚନା ଜାରି ରହିଛି। ଆଜି ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ଦ୍ବନ୍ଦ୍ବ ପ୍ରସଙ୍ଗ ନେଇ ସିବିଏସ୍‌ଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି ସିବିଏସ୍‌ଇ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଆଜି ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଏବଂ ସିବିଏସଇ ଦ୍ବାରା ପରିାଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇ ସାରିଛି | ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ନ ହେଉ। କିଭଳି ମୂଲ୍ୟାୟନ କରାଯିବ ବିଚାର ବିମର୍ଶ ଚାଲୁ ରହିଛି। ୨ ସପ୍ତାହ ବା ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରାଯିବ। ମୂଲ୍ୟାୟନ ପଦ୍ଧତି ସାର୍ବଜନୀନ ହେବ, ତାହା ଆମେ ୱେବସାଇଟରେ ଦେବୁ। ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ଅନୁରାଗ ତ୍ରିପାଠୀ ପ୍ରକାଶ କରିଛନ୍ତି।

Breaking News