ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ମାଗିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଫେବୃୟାରୀ ୧୫ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିବା ପରେ ତା’ର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଧାନପରିଷଦ ଗଠନ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଲୋଡ଼ିବା ପରେ ବିଧାନସଭା ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ସେ ଯେଉଁ ଚିଠି ପଠାଇଥିଲେ ତାହା ଆଧାରରେ କେନ୍ଦ୍ର ସରକାରରୁ ଏକ ଚିଠି ଆସିଛିି ଯେଉଁଥିରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗରୁ କେତେକ ସ୍ପଷ୍ଟୀକରଣ ଚାହିଁଛନ୍ତି। ବିଧାନସଭା ପକ୍ଷରୁ ଏହି ଚିଠିକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି ।କେନ୍ଦ୍ର ସରକାର ଯାହା ଲେଖିଛନ୍ତି ତା’ର ଉତ୍ତର ସଂସଦୀୟ ବ୍ୟାପାର ବିଭାଗ ଦେବ। ଏହାସହିତ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାର ପାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । କାରଣ କେନ୍ଦ୍ର ସରକାର ଏହି ସଂକଳ୍ପ ପାଇଥିବାରୁ ହିଁ ପରିଷଦ ଗଠନକୁ ନେଇ ଆଉ କେତେକ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ତେବେ କେନ୍ଦ୍ର ସରକାର କେଉଁ ସବୁ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି ତାହା ଜଣାପଡ଼ିନି ।
More Stories
ରାଜଧାନୀରେ ଯୁବତୀଙ୍କୁ ଏସିଡ୍ ମାଡ଼…..
ମଲ୍ ଉପରେ ୧ ଲକ୍ଷ ଜରିମାନା….
୪ ଦିନ ଯାଏଁ କାଳବୈଶାଖୀ…..