ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିମାନକୁ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ । ଏଭଳି ଅଭିଯୋଗ କରିଛି କଂଗ୍ରେସ । ଉତ୍ତରପ୍ରଦେଶରେ ବିଜେପି ସରକାର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଉଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ ଅଭିଯୋଗ କରିଛି, ଭୂପେଶ ବଘେଲଙ୍କ ବିମାନକୁ ଅବତରଣ ଅନୁମତି ନଦେବା ଛତିଶଗଡ଼ ଜନତାଙ୍କ ପ୍ରତି ଅପମାନ ନୁହେଁ କି ? ଭୂପେଶ ବଘେଲ ବି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ୧୪୪ ଧାରା ଲକ୍ଷ୍ମୀପୁରରେ ଲାଗିଛି । ଲକ୍ଷ୍ନୌରେ ଓହ୍ଲାଇବା ପାଇଁ କାହିଁକି ରୋକା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଏସ୍. ରନ୍ଧଓ୍ୱା ବି ଥିଲେ । ସେମାନେ ଆଜି ଲକ୍ଷ୍ମୀପୁର ଯିବେ ବୋଲି ଘୋଷଣା କରିଥିଲେ । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପରେ ଆଜି ସକାଳୁ ସକାଳୁ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଥିଲା ଉତ୍ତରପ୍ରଦେଶ ପୋଲିସ । ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ପୋଲିସ ହେପାଜତରେ ନେଇଛି । ଏହାର କିଛି ସମୟ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିମାନକୁ ଲକ୍ଷ୍ନୌରେ ଅବତରଣ ଅନୁମତି ମିଳି ନଥିବା ଖବର ସାମନାକୁ ଆସିଛି ।
More Stories
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..