ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକରେ ସୁଜଳ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ସୁଦ୍ଧା କଟକର ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ପାନୀୟ ଜଳ ଯୋଗାଣ ପାଇଁ ୭୯୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ ହୋଇଛି । ୪୩୦ କୋଟିର ଭିତ୍ତିଭୂମି ଓ ୩୬୦ କୋଟିର ସୁଜଳ ଯୋଜନା ଲୋକାର୍ପିତ କରିଛନ୍ତି ନବୀନ । ୫୫୦ କିମିର ପାଇପ୍ଲାଇନ୍ ସହ ୩ଟି ଜଳ ବିଶୋଧନ ପ୍ଲାଣ୍ଟ ହେବ । କଟକର ୫୯ଟି ୱାର୍ଡରେ ଟ୍ୟାପ୍ରୁ ୨୪ ଘଣ୍ଟା ବିଶୁଦ୍ଧ ପାଣି ମିଳିବ । ଏଥିରେ ୧.୪ ଲକ୍ଷ ପରିବାରର ୭ ଲକ୍ଷ ଲୋକ ଉପକୃତ ହେବେ । ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ପାଇବେ ୭ ଲକ୍ଷ ବାସିନ୍ଦା । ସୁଜଳ ଯୋଜନାର ଶୁଭାରମ୍ଭ ଅବସରରେ ପାଣି ନଷ୍ଟ ନକରିବାକୁ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।






More Stories
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ……