Report Card Odisha

| Daily Odia News

ପରିବାର ନିୟୋଜନ ନିୟମକୁ କୋହଳ କଲା ଚୀନ, ତିନି ସନ୍ତାନ ଜନ୍ମ କରିପାରିବେ ଦମ୍ପତି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜନସଂଖ୍ୟା ବୃଦ୍ଧି କୁ ନେଇ ଚୀନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର। ଚୀନ ସରକାର ପରିବାର ନିୟୋଜନ ନିୟମକୁ କୋହଳ କରିବା ଲାଗି ଘୋଷଣା କରିଛନ୍ତି। ଚୀନରେ ଦମ୍ପତି ଦୁଇଟି ବଦଳରେ ତିନି ସନ୍ତାନ ଜନ୍ମ କରିପାରିବେ।ବୃଦ୍ଧା ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ବୃଦ୍ଧିରେ ଗତିରୋଧ ଯୋଗୁ ଚିନ୍ତିତ ହୋଇପଡ଼ିଥିବା ଚୀନ ଏକ ବଡ଼ ନିଷ୍ପତ୍ତି ନେଇଛି। ଚୀନ ସରକାର ପରିବାର ନିୟୋଜନ ନିୟମକୁ କୋହଳ କରିବା ଲାଗି ଘୋଷଣା କରିଛନ୍ତି। ସୋମବାର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏଣିକି ଚୀନରେ ଦମ୍ପତିମାନେ ୩ ସନ୍ତାନ ଜନ୍ମ ଦେଇପାରିବେ। ପୂର୍ବରୁ ଏଠାରେ କେବଳ ଦୁଇଟି ସନ୍ତାନ ଜନ୍ମ ଦେବାକୁ ଅନୁମତି ରହିଥିଲା। ନିକଟରେ ଚୀନ ଜନସଂଖ୍ୟାର ତଥ୍ୟ ସାମ୍ନାକୁ ଆସିଥିଲା। ଜନସଂଖ୍ୟାର ବଡ଼ ଅଂଶ ବୁଢ଼ା ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଚୀନ ଏଭଳି ନିଷ୍ପତ୍ତି ନେଇଛି। ଚୀନ ଗଣମାଧ୍ୟମ ଅନୁସାରେ, ନୂଆ ନୀତିକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଞ୍ଜୁରୀ ଦେଇଛନ୍ତି। ଯାହାଫଳରେ ଦଶନ୍ଧି ଧରି ଚାଲି ଆସୁଥିବା ଦ୍ଵେତ ସନ୍ତାନ ନୀତିକୁ ଶେଷ କରିଦିଆଯିବ। ନିକଟରେ ଚୀନ ଜାରି କରିଥିବା ଜନସଂଖ୍ୟା ତଥ୍ୟରୁ ଜଣାପଡ଼ିଥିଲା ଯେ, ଦେଶରେ ଗତ ୧ ଦଶନ୍ଧି ହେବ ସନ୍ତାନ ଜନ୍ମ ହାର ସବୁଠୁ କମ୍‌ ରହିଥିଲା। ଏହାର ମୁଖ୍ୟ କାରଣ ଥିଲା ଦ୍ଵେତ-ସନ୍ତାନ ନୀତି। ତଥ୍ୟ ଅନୁସାରେ, ୨୦୧୦ରୁ ୨୦୨୦ ମଧ୍ୟରେ ଚୀନରେ ଜନସଂଖ୍ୟା ବୃଦ୍ଧି ହାର ୦.୫୩% ରହିଥିଲା। ୨୦୦୦ରୁ ୨୦୨୧ ମଧ୍ୟରେ ଏହା ୦.୫୭% ଥିଲା। ଅର୍ଥାତ ଗତ ଦୁଇ ଦଶନ୍ଧିରେ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଛି।

 

Breaking News