ରିପୋର୍ଟ କାର୍ଡ / ପାଟଣା
ବିହାରରେ ଜୁନ୍ ୮ ଯାଏ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯଇଛି । ଏ ନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି । ସିଏମ୍ ଟୁଇଟ୍ କରି କହିଛନ୍ତି, “କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍ କୁ ଏକ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବାଣିଜ୍ୟ ପାଇଁ ଅତିରିକ୍ତ ରିହାତି ଦିଆଯାଉଛି। ସମସ୍ତେ ମାସ୍କ ପିନ୍ଧିବା ଉଚିତ୍ ଏବଂ ସାମାଜିକ ଦୂରତା ବଜାୟ ରଖିବା ଉଚିତ୍।” ଭାଇରସ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ମେ ୫ରେ ସମ୍ପୂର୍ଣ୍ଣ ଲକଡାଉନ୍ ପକାଇବା ପରେ ସାଧାରଣ ଜୀବନ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ବେଶ୍ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରତିବନ୍ଧକକୁ ସରକାର ବୃଦ୍ଧି କରିଥିଲେ। ପୂର୍ବରୁ ଜାରି ହୋଇଥିବା ଲକଡାଉନ୍ର ଅବଧି ଜୁନ୍ ୧ରେ ଶେଷ ହେବାକୁ ଯାଉଛି






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..