Report Card Odisha

| Daily Odia News

ସାଇ ସମୃଦ୍ଧି ରିଏଲକୋନ ଇଣ୍ଡିଆ ଲିମିଟେଡ୍‌ର ଏମ୍‌ଡିଙ୍କୁ ଜେଲଦଣ୍ଡ……

Man in prison hands of behind hold Steel cage jail bars. offender criminal locked in jail.

ରିପୋର୍ଟ କାର୍ଡ / କଟକ

ଜମାକାରୀଙ୍କୁ ଠକିବା ଅଭିଯୋଗରେ ଚିଟ୍‌ଫଣ୍ଡ ସଂସ୍ଥା ‘ସାଇ ସମୃଦ୍ଧି ରିଏଲକୋନ ଇଣ୍ଡିଆ ଲିମିଟେଡ୍’ର ପରିଚାଳନା ନିର୍ଦ୍ଦେଶକ ସମ୍ବିତ ଦାସଙ୍କୁ ହୋଇଛି ଜେଲ୍ ଦଣ୍ଡାଦେଶ। ଆଇପିସିର ଧାରା ୪୨୦ରେ ୫ ବର୍ଷ ଓ OPID Act ର ଧାରା ୬ରେ ଆଉ ୫ ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ। ତେବେ ଦୁଇଟି ଯାକ ଦଣ୍ଡାଦେଶ ଏକ ସାଙ୍ଗରେ କାର୍ଯ୍ୟକାରୀ ହେବ ବୋଲି କୋର୍ଟ କହିଛନ୍ତି। ତାଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହା ସହିତ କମ୍ପାନୀକୁ ୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ୨ ଲକ୍ଷ ଟଙ୍କାର ଜୋରିମାନା ରାଶି ନ ଦେଇପାରିଲେ ସମ୍ବିତ ଦାସଙ୍କୁ ଆଉ ୧ ବର୍ଷ ଜେଲ୍‌ରେ ରଖାଯିବ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସମ୍ବିତ ଦାସ ୨୦୧୫ ମସିହାରେ ‘ସାଇ ସମୃଦ୍ଧି ରିଏଲକୋନ ଇଣ୍ଡିଆ ଲିମିଟେଡ୍’ ନାମରେ ଚିଟ୍‌ଫଣ୍ଡ କମ୍ପାନୀ ଖୋଲିଥିଲେ। ଜମା ଟଙ୍କା ୪ ବର୍ଷରେ ଦୁଇ ଗୁଣା କରାଇ ଦେବାର ଲୋଭ ଦେଖାଇ କମ୍ପାନୀ ଜମାକାରୀଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲା। ଏହା ବଦଳରେ ଲୋକଙ୍କୁ ପୋଷ୍ଟ ଡେଟେଡ୍ ଚେକ ଦେଇଥିଲେ। ମାଚ୍ୟୁରିଟି ପରେ ଜମାକାରୀ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କରେ ଚେକ୍ ପକାଇଥିଲେ। କିନ୍ତୁ ସେଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ଏହାକୁ ନେଇ ଏକାଧିକ ଜମାକାରୀ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ମାମଲାରେ ତଦନ୍ତ କରି ପୁଲିସ ଫେରାର ଅଭିଯୁକ୍ତ ସମ୍ବିତ ଓ କମ୍ପାନୀ ନାଁରେ ଚାର୍ଜସିଟ ଦାଖଲ କରିଥିଲା। ପରେ ସମ୍ବିତ ଗିରଫ ହୋଇଥିଲେ।

Breaking News