ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦିନ ପରେ ଆଜିଠୁ କ୍ଲାସରୁମରେ ପାଠ ପଢା ହେବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି। ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି। ତେଣୁ ଦୁଇ ବର୍ଷର ପାଠ ପଢା କ୍ଷତି ଭରଣା କରିବା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି। ସ୍କୁଲ ହତା ମାଡିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା। କ୍ଲାସ ରୁମରେ ଚାଲିବ ପଠା ପଢା। ଆଉ ଏଥର ମୋବାଇଲ କି କଂପ୍ୟୁଟରରେ ଅନଲାଇନ ପାଠପଢା ନୁହେଁ। ଶ୍ରେଣୀ ଗୃହରେ ବସି କଳାପଟାରେ ପାଠ ପଢି ପାରିବେ। ପିଲାଙ୍କ ମାଇଣ୍ଡ ରିଫ୍ରେସ କରିବା ପାଇଁ ସ୍କୁଲରେ ସପ୍ତାହେ ବ୍ୟାପି ପଜଲ ଗେମ୍, ପେଣ୍ଟିଂ ଓ ବିଭିନ୍ନ ଶିକ୍ଷାଧର୍ମୀ ଖେଳ ଆଦି ଆକ୍ଟିଭିଟି କରାଯିବ । ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । ତେଣୁ ଦୁଇ ବର୍ଷର ପାଠପଢା କ୍ଷତି ଭରଣା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରାଯିବ ।






More Stories
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..