ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ତୃତୀୟ ଦିନ। ଶେଷ ଦିନରେ ୨୩୧ ଜୋନ୍ରେ ଗଣତି ହେବ । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ପରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି। ବିଜେଡି ୫୧୭ ସିଟ୍ରେ, ବିଜେପି ୩୧, କଂଗ୍ରେସ ୨୯ରେ ଏବଂ ଅନ୍ୟ ଦଳ ୭ଟି ସିଟ୍ରେ ବିଜୟୀ ହୋଇଛନ୍ତି । ୮୫୧ରୁ ୫୮୪ ଜିଲ୍ଲା ପରିଷଦ ଜୋନ୍ରେ ଏବେ ଯାଏଁ ଫଳାଫଳ ଆସିଛି । ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..