Report Card Odisha

| Daily Odia News

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ବାଲେଶ୍ୱର ଯିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାତ୍ୟା ୟାଶ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ଭିତରେ ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର । ବାଲେଶ୍ୱରରେ ବାତ୍ୟା ସ୍ଥିତିର ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ବରରେ ବାତ୍ୟା ୟାଶ୍‌ ଲ୍ୟାଣ୍ଡଫଲ୍‌ କରିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଆଜି ବାଲେଶ୍ବର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ କ୍ୟାମ୍ପ କରି ବାତ୍ୟା ସ୍ଥିତି ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସୂଚନାଯୋଗ୍ୟ ଯେ, ବାଲେଶ୍ବରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଧାମରା ଓ ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’। ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ଭୀଷଣରୁ ଅତି ଭୀଷଣ ବାତ୍ୟାର ରୂପ ନେବା ପରେ ଉତ୍ତରପଶ୍ଚିମ ଆଡକୁ ଗତି କରୁଛି । ଏହି ଝଡ଼ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଉତ୍ତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୨୦ କିଲୋମିଟର ଓ ବାଲେଶ୍ୱରରୁ ୪୩୦ କିଲୋମିଟର ଦୂରରେ ରହିଛି । ଧାମରାରେ ପୋର୍ଟକୁ ୱାର୍ଣ୍ଣିଂ ୧୦ ଦିଆଯାଇଛି । ପୁରୀରେ ୮ ଏବଂ ଗୋପାଳପୁରରେ ୩ ୱାର୍ଣ୍ଣିଂ ଜାରି କରି କରିଛି ପାଣିପାଗ ବିଭାଗ ।

Breaking News