ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମହାବିଜୟ ହୋଇଛି। ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଫୋନ୍ କରିଥିଲେ । ବୃହତ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ୨୯୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଏକାକୀ ୨୧୦ରୁ ଅଧିକ ଆସନ ପୋଛି ନେଇଛି । ବିଜେପି ଦୁଇ ଅଙ୍କ ଭିତରେ ସୀମିତ ରହିଗଲା । ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଟିଏମସି ଡବଲ୍ ସେଞ୍ଚୁରୀ ମାରିଛି । ଲଗାତାର ତୃତୀୟ ଥର ରାଜ୍ୟରେ ରକାର କରିବ ଟିଏମସି ।
More Stories
ମୋଦୀଙ୍କୁ ଚାଲେଞ୍ଜ ଦେଲେ ଦିଦି,ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର…..
ଶଶି ଥରୁରଙ୍କ ମୁହଁତୋଡ଼ ଜବାବ…..
୨ ବିଧାୟକଙ୍କୁ ବହିଷ୍କାର କଲା ବିଜେପି….