Report Card Odisha

| Daily Odia News

ଚାକିରୀ ରୁ ବିଦା ହେଲେ ଅଭୟକାନ୍ତ ପାଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ମିଳିଛି । ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭୟଙ୍କୁ ବାଧ୍ୟତାମୂଳକ ଅବସର ଉପରେ ମୋହର ମାରିଛନ୍ତି। ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିରେ ରାଜ୍ୟ ସରକାର ସୁପାରିଶ କରିଥିଲେ । ୧୯୮୭ ବ୍ୟାଚ୍‌ର ଆଇଏଫଏସ ଅଫିସର ହେଉଛନ୍ତି ଅଭୟକାନ୍ତ ପାଠକ । ସୂଚନାନୁସାରେ, ଆଇଏଫଏସ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ପାଠକ ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶକୁ ଭିଜିଲାନ୍ସ ଗିରଫ କରିଛି । ୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିବା ରାଜ୍ୟର ପ୍ରଥମ ଘଟଣା ଅଟେ । ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତଙ୍କ ଘରେ ରେଡ୍‌ କରାଯାଇଥିଲା । ସେ ଅତିରିକ୍ତ ପିସିସିଏଫ୍‌ ଭାବେ କାର୍ଯ୍ୟରତ ଥିଲେ । ଏହାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ଦେଶରେ ୪ରୁ ଅଧିକ ସ୍ଥାନରେ ରେଡ୍‌ କରାଯାଇଥିଲା । ଏହି ଚଢାଉରେ ଆଇଏଫଏସ ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟା ପାଇଥିଲା ଭିଜିଲାନ୍ସ ଟିମ୍‌ । ତାଙ୍କ ପୁଅ ଆକାଶ ପାଠକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି।

Breaking News