ରିପୋର୍ଟ କାର୍ଡ / କଟକ
କଟକ ସହରରେ ପୁଣି କରୋନା ଆତଙ୍କ ଦେଖିବାକୁ ମିଳିଛି। ଏକ ଘରୋଇ ସାଇନ୍ସ କଲେଜର ୧୨ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହା ଜଣାପଡ଼ିବା ପରେ କଟକ ମ୍ୟୁନିସିପାଲ୍ କର୍ପୋରେସନ୍(ସିଏମ୍ସି) ପକ୍ଷରୁ ଆକ୍ରାନ୍ତମାନଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ୱାରାଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛିି। ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ କଲେଜରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ- ଗତକାଲି କଟକ ମହାନଗର ନିଗମ ଅଞ୍ଚଳରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୧ ରହିଛି। ଏନେଇ ସିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଥିଲା।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..