ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ତ୍ତମାନ ଓଡ଼ିଶାରେ ଉଦବେଗ ଜନକ ସ୍ଥିତି ନାହିଁ । ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପୂର୍ବ ଲହର ଗୁଡିକରେ ଦେଖାଯାଇଛି ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢେ । ତେଣୁ ଏଇ ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ଯେଉଁମାନେ ଟୀକା ନେଇ ନାହାନ୍ତି ତୁରନ୍ତ ନେଇଯାଆନ୍ତୁ । ଯଦି ସଂକ୍ରମଣ ବଢିବା ଆରମ୍ଭ କରେ, ତେବେ ଆମର ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ଚେଞ୍ଜ କରିବୁ । ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହନ୍ତୁ । ଗହଳି ସ୍ଥାନକୁ ଗଲେ ମାକ୍ସ ନିହାତି ପିନ୍ଧନ୍ତୁ । କିଛି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି । ତେଣୁ ସଂକ୍ରମଣ ବଢିବା ସହ ଆର ଭ୍ୟାଲୁ ବି ବଢ଼ିବ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..