ରିପୋର୍ଟ କାର୍ଡ / ଭୁବନେଶ୍ଵର
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । ଯାତ୍ରୀ ବିମାନରେ ବସିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୁଲି ନିର୍ଦ୍ଦେଶନାମା ଜାରି କରିଛନ୍ତି DGCA। ଏପରିକି ନାକ ତଳକୁ ମାସ୍କ ରହିବ ନାହିଁ। ସିଆଇଏସ୍ଏଫ୍ ଯବାନ ଏହାକୁ ତଦାରଖ କରିବେ। ବିମାନ ବନ୍ଦରରେ ପ୍ରବେଶ ବେଳେ ଏହାକୁ କଡ଼ାକଡ଼ି ଯାଞ୍ଚ କରାଯିବ। ସାମାଜିକ ଦୂରତାକୁ ମାନିବାକୁ ପଡ଼ିବ। ଯଦି, ଏହାର ଖିଲାପ ହୁଏ ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହାକୁ ଯଦି ଯାତ୍ରୀ ମାନିବେନି ତେବେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ତାସହ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଡିଜିସିଆଇ ନିର୍ଦ୍ଦେଶନାମା ଜାରି କରିଛି।
More Stories
ସ୍କୁଲ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ….
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..