Report Card Odisha

| Daily Odia News

ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଛି, ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୦ ହଜାର ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି | ତେବେ ୮୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୦ ଲକ୍ଷ ୬୦୫୪୨ରେ ପହଁଚିଛି । ଏଯାବତ ଦେଶରେ କରୋନାରେ ୧ ଲକ୍ଷ ୬୭ ହଜାର ୬୯୪ ଜଣଙ୍କର ମୃତୁ୍ୟ ଘଟିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯.୭୪ ଲକ୍ଷକୁ ବୃଦ୍ଧି ପାଇଛି । ଯଦି ଚଳିତ ସପ୍ତାହର କଥା କହିବା, ତାହଲେ ଦେଶରେ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଦିନକୁ ୫୦ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହେଉଛନ୍ତି । ବିଗତ ଦିନରେ ମହାରାଷ୍ଟ୍ରରେ ୫୬ ହଜାର ଲୋକ କରୋନା ଚିହ୍ନଟ ହୋଇଥିଲେ । କେବଳ ମୁମ୍ବାଇରେ ୯ ହଜାର ଲୋକ ପଜିଟିଭ ଜଣାପଡ଼ିଥିଲେ । ଦିଲ୍ଲୀରେ ମଧ୍ୟ ଗୋଟିଏ ଦିନରେ ସାଢ଼େ ୭ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Breaking News