ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କ୍ରମାଗତ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାରରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଆଜି ହ୍ରାସ ପାଇଥିବା ନେଇ ରିପୋର୍ଟ ଆସିଛି । ୨୪ ଘଣ୍ଟାରେ ୧୫,୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୪୪,୭୮୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୭୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମତ୍ୟୁ ସଂଖ୍ୟା ୧,୫୭,୯୩୦ରେ ପହଞ୍ଚିଛି। ଦିନକରେ ୧୬,୫୯୬ ଆକ୍ରାନ୍ତଙ୍କ ସୁସ୍ଥ ହୋଇଥିବା ବେଳେ ୧,୦୮,୯୯,୩୯୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୮୭,୪୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।






More Stories
କେଦାରନାଥରେ ମୋବାଇଲ୍ ନିଷେଧ….
ସରକାରଙ୍କ ବଡ଼ ନିଷ୍ପତ୍ତି…..
ସିଭିଲ ସର୍ଭିସ କର୍ମଚାରୀ ସୁଶାସନ ଏବଂ ବିକାଶର ମେରୁଦଣ୍ଡ…..