ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୧,୮୪,୩୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ କରେନା ସଂକ୍ରମିତ ହେବା ଏହା ପ୍ରଥମ। ଏଥିସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୮୭୧,୩୨୧କୁ ବୃଦ୍ଧିପାଇଛି। ମୋଟ କୋଭିଡ ସଂକ୍ରମଣ ମାମଲାରେ ଭାରତ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଥିବା ୱାର୍ଲଡୋମିଟର ସୂତ୍ରରୁ ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ୧୦୨୭ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁ ମୋଟ ୧,୭୨,୧୧୫କୁ ବୃଦ୍ଧିପାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ରରେ ଆଜିଠାରୁ ଜନତା କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହିତ ସମଗ୍ର ରାଜ୍ୟରେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟରେ ନୂଆ ୬୦,୨୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିଲ୍ଲୀରେ ୧୩,୪୬୮ କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହିତ କେରଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୭୨,୮୮୨, କର୍ଣ୍ଣାଟକ ୧,୦୭୪,୮୬୯, ତାମିଲନାଡୁ ୯୪୦,୧୪୫ ଏବଂ ଆନ୍ଧ୍ରପ୍ରଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୯,୨୮,୬୬୪କୁ ବୃଦ୍ଧିପାଇଛି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….