Report Card Odisha

| Daily Odia News

ରାଜ୍ୟରେ ଆଜି ୫,୮୯୧ କରୋନା ଆକ୍ରାନ୍ତ ଚିହ୍ନଟ,୭ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା | ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ହଜାର ୮୯୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩,୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨, ୪୭୮ ଜଣ ଚିହ୍ନଟ ହୋଇଛନ୍ତି । ଜନ୍ମରୁ ୧୮ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୫୨ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୧, ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୬, ବାଲେଶ୍ୱର ୨୩୪, ବରଗଡ ୮୫, ଭଦ୍ରକ ୯୪, ବଲାଙ୍ଗିର ୧୩୮, ବୌଦ୍ଧ ୯୩, କଟକ ୪୮୨, ଦେବଗଡ ୬୧, ଢେଙ୍କାନାଳ ୧୩୩, ଗଜପତିରୁ ୯୬ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୭୫, ଜଗତସିଂହପୁର ୧୦୮, ଯାଜପୁର ୨୧୯, ଝାରସୁଗୁଡା ୩୫, କଳାହାଣ୍ଡି ୧୮୮, କନ୍ଧମାଳ ୭୩, କେନ୍ଦ୍ରାପଡା ୧୧୪, କେନ୍ଦୁଝରରେ ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୨୮, ମାଲକାନଗିରି ୫୨, ମୟୁରଭଞ୍ଜ ୨୧୮, ନବରଙ୍ଗପୁର ୯୫, ନୟାଗଡ ୨୦୫, ନୂଆପଡା ୫୬, ପୁରୀ ୬୩, ରାୟଗଡା ୧୨୫, ସମ୍ବଲପୁର ୧୫୮, ସୋନପୁର ୨୦, ସୁନ୍ଦରଗଡ ୫୦୧ ଷ୍ଟେଟପୁଲରୁ ୨୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୦,୩୦୯ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୩୧ହଜାର ୯୧୭ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧୭ହଜାର ୮୪୨କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭ହଜାର ୩୪୦ ଜଣ ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷାରୁ ସୂଚନା ମିଳିଛି | ସେହିପରି ରାଜ୍ୟରୁ ଆଜି ୭ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି ପାଇଛି ।  ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ରହିଥିବା ବେଳେ ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News