Report Card Odisha

| Daily Odia News

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ, ମୃତ୍ୟୁ ସଂଖ୍ୟା ୨,୯୫୨କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୭, ୩୯୫କରୋନା ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଆଜିର ସଂକ୍ରାମିତଙ୍କ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୦୬,୦୯୪ରେ ପହଞ୍ଚିଛି | ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୯୫୨କୁ ବୃଦ୍ଧି ପାଇଛି। ଆଜି ମୃତ୍ୟୁ ସଂଖାରେ ବି ଖୋର୍ଦ୍ଧା ଉପରେ ରହିଛି । ଆଜି ଏହି ଜିଲ୍ଲାରୁ ସର୍ବାଧିକ ୬ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଲେଖାଏଁ ମୃତ ବୋଲି ସୂଚନା ମିଳିଛି | ସେହିପରି, ବରଗଡ଼, ବଲାଙ୍ଗିର ଓ ଦେବଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଥିବାବଳେ ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ୧୦୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗୀରରୁ ୮୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବୌଦ୍ଧରୁ ୧୩୩, କଟକରୁ ୮୬୮, ଦେବଗଡରୁ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତ୍‌ସିଂହପୁରରୁ ୨୮୮, ଜାଜପୁରରୁ ୫୧୬, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୩୪୧, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗରିରି ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ, ମୟୂରଭଞ୍ଜରୁ ୩୮୪, ନବରଙ୍ଗପୁରରୁ ୧୯୬, ନୟାଗଡରୁ ୨୪୩, ନୂଆପଡ଼ାରୁ ୨୨, ପୁରୀରୁ ୩୫୬, ରାୟଗଡାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧, ସୁନ୍ଦରଗଡରୁ ୨୬୭ ଏବଂ ଷ୍ଟେଟ ପୁଲ୍‌ରୁ ୧୪୫ ଜଣ ବାହାରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧, ୩୪୭ ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

Breaking News