ରିପୋର୍ଟ କାର୍ଡ / ଭୁବନେଶ୍ୱର
ପରଲୋକରେ ଶଲାବୁଢା,ର ବିଶିଷ୍ଟ ଅଭିନେତା ଅଟଳବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛିଦିନ ଧରି ସେ ବ୍ଲଡ ସେଫିସେମିଆରେରେ ପୀଡ଼ିତ ଥିଲେ। ଗତକାଲି ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା ପରେ ଆଜି ରାତି ୩ଟା ୪୫ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି। ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ ଶଳାବୁଢା, ଶଳାବୁଢାର ବଦଲା, ଆଦିମ ବିଚାରର ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ସୂଚନାଯୋଗ୍ୟ, ସେ କୋଭିଡ୍ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତ ମେ ମାସରେ ତାଙ୍କ ପତ୍ନୀଙ୍କର ମଧ୍ୟ ବିୟୋଗ ହୋଇଥିଲା ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……