Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୨୩୫ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୨୩୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୯୫୭ ଏବଂ ସ୍ଥାନୀୟ ସଂକ୍ରମିତ ୨୨୭୮ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୬ ଓ କଟକ ଜିଲାରୁ ୫୫୭ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରୁ ୨୭୭, ବାଲେଶ୍ୱର ୩୨୦, ବରଗଡ ୧୧୮, ବଲାଙ୍ଗୀର ୪୧, ବଉଦ ୮୩, ଦେବଗଡ ୧୪, ଢେଙ୍କାନାଳ ୧୩୭, ଗଜପତି ୨୩, ଗଞ୍ଜାମ ୭୭, ଜଗତସିଂହପୁର ୧୪୮, ଯାଜପୁର ୩୯୪, ଝାରସୁଗୁଡା ୨୭, କଳାହାଣ୍ଡି ୪୮ ଏବଂ କନ୍ଧମାଳ ଜିଲାରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦ୍ରାପଡା ଜିଲାରୁ ୨୩୭, କେନ୍ଦୁଝର ୧୧୫, କୋରାପୁଟ ୧୨୭, ମାଲକାନଗିରି ୫୮, ମୟୁରଞ୍ଜ ୨୮୫, ନବରଙ୍ଗପୁର ୧୮୬, ନୟାଗଡ ୧୩୨, ନୂଆପଡା ୧୩, ପୁରୀ ୨୩୪, ରାୟଗଡା ୧୨୯, ସମ୍ବଲପୁର ୬୬, ସୋନପୁର ୩୪, ସୁନ୍ଦରଗଡ ୨୫୧ ଏବଂ ଷ୍ଟେଟପୁଲରୁ ୧୨୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୭୭୨୯୭୨ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ୬୬୨୨୬ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Breaking News