Report Card Odisha

| Daily Odia News

ରାଜ୍ୟରେ ୩୬୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୯ ଆକ୍ରାନ୍ତ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ୩୬୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ୨୦୬୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୬୨ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୦୪, ବାଲେଶ୍ୱର ୨୬୨, ବରଗଡ ୫୦, ଭଦ୍ରକ ୧୭୮, ବଲାଙ୍ଗୀର ୩୬, ବଉଦ ୮୪, କଟକ ୪୩୮, ଢେଙ୍କାନାଳ ୧୧୪, ଗଜପତି ୧୮, ଗଞ୍ଜାମ ୨୭, ଜଗତସିଂହପୁର ୯୨, ଯାଜପୁର ୩୦୫, ଝାରସୁଗୁଡା ୧୯, କଳାହାଣ୍ଡି ୪୧, କନ୍ଧମାଳ ୪୮, କେନ୍ଦ୍ରାପଡା ୧୨୦, କେନ୍ଦୁଝର ୬୮ ଏବଂ ଖୋର୍ଦ୍ଧାରୁ ୫୦୬ ଜଣ ରହିଛନ୍ତି। ସେହିଭଳି କୋରାପୁଟରୁ ୮୦, ମାଲକାନଗିରି ୫୬, ମୟୁରଭଞ୍ଜ ୧୧୨, ନବରଙ୍ଗପୁର ୧୦୮, ନୟାଗଡ ୧୦୬, ନୂଆପଡା ୧୯, ପୁରୀ ୧୯୯, ରାୟଗଡା ୭୯, ସମ୍ବଲପୁର ୩୭, ସୋନପୁର ୫୦, ସୁନ୍ଦରଗଡ ୮୩ ଏବଂ ଷ୍ଟେଟପୁଲରୁ ୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ୮୧୭୩୫୯ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ରାଜ୍ୟରେ ୪୫୮୦୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬ ଜଣ ରହିଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩୪୭୧କୁ ବୃଦ୍ଧିପାଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ଜଣ ରହିଥିବା ବେଳେ କଟକ, ଝାରସୁଗୁଡା. ପୁରୀ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡିରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ସୋନପୁରରୁ ୨ ଲେଖାଏଁ ରହିଛନ୍ତି । ବରଗଡ, ଢେଙ୍କାନାଳ, ନବରଙ୍ଗପୁର, ନୂଆପଡାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News