Report Card Odisha

| Daily Odia News

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବାହାରି ପାରୁନି ବାଟ….

ରିପୋର୍ଟ କାର୍ଡ/ ଭୁବନେଶ୍ୱର

ଦ୍ୱାଦଶ ପରୀକ୍ଷା ଫଳ ସିବିଏସସି ୩୦-୩୦-୪୦ ଫର୍ମୂଲାରେ ସ୍ଥିର କରିବ ବୋଲି ସୂଚନା ଦେଇଥିବାବେଳେ ରାଜ୍ୟରେ ଯୁକ୍ତ ୨ ବୋର୍ଡ ଏ ଯାଏ କୌଣସି ନିଷ୍ପତ୍ତି ନିଆଯାଇନାହିଁ । କରୋନା ସଂକ୍ରମଣ ଯୋଗୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା ପରିଷଦ। ତେବେ ଏହି କମିଟି ପକ୍ଷରୁ ବୁଧବାର ମୂଲ୍ୟାୟନକୁ ନେଇ ବୈଠକ ହୋଇଥିବାବେଳେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନି। କମିଟି ପକ୍ଷରୁ ଆଜି ତଥ୍ୟ ଦାଖଲ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲେ ମଧ୍ୟ ସହମତି ପ୍ରକାଶ ପାଇ ନ ଥିବା ଜଣାପଡ଼ିଛି। ୧୦ ଦିନ ମଧ୍ୟରେ କମିଟି ତଥ୍ୟ ଦାଖଲ କରିବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। ଅବଧି ଅତିକ୍ରାନ୍ତ କରିଥିବାବେଳେ କମିଟି ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନି। ବିଭିନ୍ନ ଦିଗକୁ ନେଇ ବିଚାର ବିମର୍ଶ କରାଯାଇଥିବା ବେଳେ ଶିକ୍ଷାବିତ୍‌ଙ୍କର ମତ ନିଆଯାଇଛି। ମୁଖ୍ୟତଃ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ଦୁଇ ପାଠ୍ୟକ୍ରମର ମୂଲ୍ୟାୟନ କରାଯିବ। ତେବେ ଯୁକ୍ତ ଦୁଇ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଓ ପରୀକ୍ଷା ଦେଇ ନ ଥିବା (ଗତବର୍ଷ ଅନୁପସ୍ଥିତ ଥିବା) ବିଦ୍ୟାର୍ଥୀଙ୍କୁ କିଭଳି ମାର୍କ ଦିଆଯିବ ତାକୁ ନେଇ ଆଲୋଚନା କରାଯାଇଛି। ତେବେ ଆଜି ପୁଣି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପରୀକ୍ଷାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Breaking News