ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ୯୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ଯାଏଁ ୧୨୮ ଜଣ ପିଲା ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧରୁ ୫୭୪ ଓ ସ୍ଥାନୀୟ ସଂକ୍ରମଣ ୪୧୨। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୧୭୩କୁ ବୃଦ୍ଧି ପାଇଛି । ୯,୮୨,୩୧୯ ସୁସ୍ଥ ହୋଇଛନ୍ତି। ଏହାସହ ୯,୫୭୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ୨୭ ଜିଲ୍ଲାରେ ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୭୩ । ଅନୁଗୁଳରୁ ୨୪,ବାଲେଶ୍ୱର ୨୫,ବରଗଡ ୧, ଭଦ୍ରକ ୧୪, ବଲାଙ୍ଗୀର ୧୭, କଟକ ୧୩୯, ଦେଓଗଡ ୯, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୮, ଜଗତସିଂହପୁର ୪୫, ଯାଜପୁର ୪୯, କଳାହାଣ୍ଡି ୬, କନ୍ଧମାଳ ୧୨,କେନ୍ଦ୍ରାପଡା ୨୩, କେନ୍ଦୁଝର ୧୩, କୋରାପୁଟ ୩, ମାଲାକାନଗିରି ୧, ମୟୁରଭଞ୍ଜ ୩୨, ନବରଙ୍ଗପୁର ୬, ନୟାଗଡ ୨୦, ପୁରୀ ୩୨, ରାୟଗଡା ୪, ସମ୍ବଲପୁର ୧୫, ସୋନପୁର ୧, ସୁନ୍ଦରଗଡ ୧୩, ଷ୍ଟେଟ ପୁଲରୁ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ