ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କର୍ମଚଞ୍ଚଳ ରହିବେ। ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବାରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ପ୍ରତିଯୋଗିତାରେ ବିଜୟୀ ହେବେ।
ବୃଷ : ସେବା ମନୋଭାବ ନେଇ କାର୍ଯ୍ୟ କରିବେ। କ୍ଷମତାସୀନ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ସ୍ବତପ୍ରବୃତ୍ତ ହୋଇ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ମିଥୁନ
ମିଥୁନ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି; ମାତ୍ର ଅତିଥି ସେବାରୁ ବିରତ ହେବେ ନାହିଁ। ଦେବ-ଦ୍ବିଜ ପରାୟଣ ହେବେ। ଶାସ୍ତ୍ରଜ୍ଞ ହେବେ। ଉପଯୁକ୍ତ ପରାମର୍ଶଦାତାଭାବେ ସୁନାମ ଅର୍ଜନ କରିବେ।
କର୍କଟ : ବନ୍ଧୁମିଳନ ସୁଖଦାୟକ ହେବ। ଆହୁରି ଅନେକ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଶାନ୍ତିଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।
ସିଂହ : ବିଭିନ୍ନ ସ୍ତରରୁ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିବେ।
କନ୍ୟା : ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧାର୍ମିକ ହେବେ। ଅଧ୍ୟୟନରତ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପଦ୍ୟୋଗୀ ହେବେ।
ତୁଳା : ଶ୍ରମ ସାର୍ଥକ ହେବ। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରତି ଯତ୍ନବାନ୍ ହେବେ। ଉତ୍ତମ ମିତ୍ର ଓ ପୁତ୍ର ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। କଥାକାର ହୋଇପାରନ୍ତି।
ବିଛା : ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
ଧନୁ : ଲୋଭଗ୍ରସ୍ତ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ତ୍ୟାଗଶୀଳ ହୋଇପାରନ୍ତି। ଚଞ୍ଚଳ ମନ ଓ ଅତି ସୁଖୀ ହେବେ। କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବା ଆଶା କରାଯାଏ।
ମକର : ଭଲ ଆୟ ଆସିପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ମହତ ଓ ଉନ୍ନତମାନର ହେବ।
କୁମ୍ଭ : ମନ ପ୍ରସନ୍ନ ରହିବ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ସଂଜ୍ଞାହୀନ ହୋଇପାରନ୍ତି। ମନରେ ଗର୍ବଭାବ ଉଦ୍ରେକ ହୋଇପାରେ। ଧର୍ମରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ। ମଧୁର କଥାରେ ପରକୁ ଆପଣାର କରିବେ।
ମୀନ : ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପା ପାତ୍ର ହେବେ।
Discussion about this post