Report Card Odisha

| Daily Odia News

ରାଜ୍ୟରେ ଏବେ ଫ୍ଲାଟୋ ଷ୍ଟେଜ ରେ କରୋନା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡିଶାରେ କରୋନା ସ୍ଥିତି ଫ୍ଲାଟୋ ଷ୍ଟେଜ୍ ରେ ଅଛି । ଗତ ଦୁଇ ତିନି ଦିନ ହେବ ସମାନ୍ତରାଳ ଷ୍ଟେଜରେ ରହିଛି କରୋନା ସଂକ୍ରମଣ । ଯେହେତୁ ଗତ ୫ ଦିନ ହେବ ଗୋଟିଏ ଲେଭେଲରେ ସଂକ୍ରମଣ ରହୁଛି ତେଣୁ ଏହାକୁ ପ୍ଲାଟୋ ବୋଲି କୁହାଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଆଗକୁ ଏହି ସ୍ଥିତି କମିପାରେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି । ଆଗକୁ କ’ଣ ହେବ ନିର୍ଦ୍ଦିଷ୍ଟ ଭାବେ କହି ହେବନି । ପିଜିଟିଭ ସଂଖ୍ୟା ଏହିପରି ରହିବ ବୋଲି ଆଶା କରାଯାଉଛି । ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ, ରାଜ୍ୟରେ ଆଇସିୟୁ ବେଡ୍ କମି କମି ଯାଉଛି । ମାତ୍ର ରାଜ୍ୟରେ ଅନେକ ଆଇସିୟୁ ବେଡ୍ ରହିଛି । ଆଗକୁ ଯଦି ପରିସଂଖ୍ୟାନ ବଢେ ସେହି ଅନୁପାତରେ ଭେଣ୍ଟିଲେଟର ବି ବଢାଯିବ ବୋଲି ଡିଏମଇଟି କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୧୪୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୦୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୬୨୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୯୧୭୮୯୪ସାମ୍ପୁଲ ଟେଷ୍ଟ୍ ହୋଇଛି ।

Breaking News