ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଲୁଟେରାଙ୍କ ଟାର୍ଗେଟରେ ଏବେ ପେଟ୍ରୋଲ ପମ୍ପ। ମାରଣାସ୍ତ୍ର ମୁନରେ ପୁଣି ପେଟ୍ରୋଲ ପମ୍ପରୁ ଲୁଟ । ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ଦିନ ଭିତରେ ଚାରି ଥର ହେଲାଣି ଏଭଳି ଲୁଟ। ଗତକାଲି ରାତି ପ୍ରାୟ ୯.୩୦ ସମୟରେ ୧୮ନଂ ଜାତୀୟ ରାଜପଥ ମଞ୍ଚବନ୍ଧା ନିକଟରେ ଥିବା ଏସାର ପେଟ୍ରୋଲ ପମ୍ପରେ ହୋଇଛି ଏଭଳି ଘଟଣା। ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ଯାଉଥିବା ସମୟରେ ପେଟ୍ରୋଲ ପକାଇବାକୁ କହି ଗୋଟିଏ ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟ କରିଛନ୍ତି । ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଧମକାଇ ଟଙ୍କା ବ୍ୟାଗ ଦେଖି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ସମସ୍ତ ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ତେବେ ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ସମାନ ପ୍ରକାର ଢଙ୍ଗରେ ବାରମ୍ବାର ଘଟୁଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଭୟଭୀତ ଥିବା ସୂଚନା ଦେଇଛନ୍ତି। ପୂର୍ବରୁ ଦଶ ଦିନ ମଧ୍ୟରେ ପ୍ରଥମେ ବହଳଦା-ରାଇରଙ୍ଗପୁର ରାସ୍ତା ମଧ୍ୟବର୍ତ୍ତୀ ବାସିଙ୍ଗି ଅଞ୍ଚଳର ନୀଳମାଧବ ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ, ପରବର୍ତ୍ତୀ ସମୟରେ ୧୧ ତାରିଖରେ ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରି ଅଞ୍ଚଳରୁ ଲୁଟ ହୋଇଥିଲା । ଶେଷରେ ୧୨ ତାରିଖରେ ସମାନ ଭାବରେ ବନ୍ଧୁକ ଦେଖାଇ ଖୁଣ୍ଟା ଥାନା ଅନ୍ତର୍ଗତ “ମା ଭୁବନେଶ୍ୱରୀ” ପେଟ୍ରୋଲ ପମ୍ପରୁ ଟଙ୍କା ବ୍ୟାଗ ଲୁଟ କରିନେଇଛନ୍ତି ଦୁର୍ବୁତ୍ତ । ସେପଟେ ଏହି ସମସ୍ତ ଘଟଣାର ସିସିଟିଭି ଫୁଟେଜ ରହିଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ କୌଣସି ଲୁଟେରାଙ୍କ ଟେର ନପାଇବା ଏବେ ପେଟ୍ରୋଲ ପମ୍ପ ମାଲିକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।






More Stories
ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ….
୨ରେ ଲଘୁଚାପ…..
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି:୧୦୮ ଗରା ଜଳରେ କରିବେ ସ୍ନାନ…..