Report Card Odisha

| Daily Odia News

ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଳତ ମେ ୩ରୁ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଲାଗୁ କରାଯାଉଛି । ଏଥର ହାଇକୋର୍ଟରେ ପୂର୍ବ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଛି। ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ରାଜ୍ୟର ସମସ୍ତ ଅଦାଳତ ଗ୍ରୀଷ୍ମ ଅବକାଶ ପାଇଁ ବନ୍ଦ ରହିବ । ପୂର୍ବ କ୍ୟାଲେଣ୍ଡର ଅନୁଯାୟୀ ହାଇକୋର୍ଟରେ ଏହି ଗ୍ରୀଷ୍ମ ଅବକାଶ ୨୪ ମେରୁ ଏବଂ ନିମ୍ନ ଅଦାଳତ ଗୁଡିକରେ ୨୨ ମେରୁ ଆରମ୍ଭ ହୋଇଥାନ୍ତା । ସେହିପରି ହାଇକୋର୍ଟ ପରି ସମସ୍ତ ନିମ୍ନ ଅଦାଳତ ଜୁନ ୭ ତାରିଖରେ କୋର୍ଟ ଖୋଲିବ । ରଜ ପର୍ବ ପାଇଁ ଜୁନ ୧୪ରୁ ୧୭ ଯାଏଁ ସମସ୍ତ ଅଦାଳତ ବନ୍ଦ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟ ଓ ସମସ୍ତ ନିମ୍ନ ଅଦାଳତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅପରପଟେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ଆଦେଶ ଆସନ୍ତା ଜୁନ ୩୦ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।

Breaking News