Report Card Odisha

| Daily Odia News

ବିଦ୍ୟାଳୟରେ କଡାକଡି ପାଳନ ହେବ କୋଭିଡ ନିୟମ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ପୁଣି ବିଭିନ୍ନ ରାଜ୍ୟରେ ଲକଡାୁନ ପେରିଥିବା ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ରଜ୍ୟରେ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ,ଭଳି ପରିସ୍ଥିତିରେ ବିଦ୍ୟାଳୟ ଖୋଲାଯ୍ଧବ ସାରିଥିବାରୁ କରୋନା ସଂକ୍ରମଣ ବୃଦ୍ଧି ନପାଇବାକୁ କଟକଣା କଡାକଡି ଭାବେ ପାଳନ କରିବାକୁ ଆଜି ଗଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଡିଇଓଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି । ଏସଆରସି ଜାରି କରିଥିବା ଗାଇଡଲାଇନ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟମାନଙ୍କ ରେ ସାନିଟେସନ କାର୍ଯ୍ୟ କରାଇବା , କୋଭିଡ-୧୯ ନିରାପତା ମାନିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବାଧ୍ୟତାମୂଳକ, ଥର୍ମାଲ ସ୍କ୍ରିନିଂ ହ୍ୟାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେହିପରି ପାଠ ପଢା ବ୍ୟତୀତ ସ୍କୁଲରେ ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । କଟକଣା ନ ମାନିଲେ ଗାଇଡଲାଇନ ଅନୁସାରେ ଦଣ୍ଡିତ ହେବେ ଚିଠିରେ ଉଲ୍ଲେଖ ରହିଛି ।

Breaking News