Report Card Odisha

| Daily Odia News

ବିରାଟ କହିଲେ ନିଜ ହୃଦୟର କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେତେବେଳେ ଖେଳରେ ଭଲ ପ୍ରଦର୍ଶନ କରିବା ଉପରେ କଥା ଆସିଥାଏ, ସେତେବେଳେ ଅନୁଷ୍କା ସର୍ବଦା ତାଙ୍କ ସହିତ ଦୃଢ଼ ସ୍ତମ୍ଭ ଭଳି ଛିଡ଼ା ହୋଇଥାନ୍ତି । ଗ୍ରାଉଣ୍ଡରେ ଥିବା ବେଳେ ସେ କିପରି ପ୍ରେସରକୁ ହ୍ୟାଣ୍ଡେଲ କରିଥାନ୍ତି, ତାହା ଏକ ପୋଡ଼କାଷ୍ଟ ସମୟରେ ମାକୟ ନିକୋଲ୍ସଙ୍କ ସହ କଥାବାର୍ତାରେ ସେ କହିଛନ୍ତି । ନିକଟରେ ଏକ ଇନ୍ଟରଭ୍ୟୁରେ ବିରାଟ କହିଛନ୍ତି ମନର ଜଟିଳତା ବିଷୟରେ ଅନୁଷ୍କା ଏବଂ ମୋ ଭିତରେ ବିସ୍ତୃତ କଥାବାର୍ତା ହୋଇଥାଏ । ସେ ମୋ ପାଇଁ ଶକ୍ତିର ସ୍ତମ୍ଭ ହୋଇ ରହିଛନ୍ତି । କାରଣ ସେ ନିଜେ ଏକ ଏମିତି ସ୍ତରରେ ଅଛନ୍ତି ଯେଉଁଠାରେ ତାଙ୍କୁ ଅନେକ ନକାରାତ୍ମକତା ସହିତ ମୁକାବିଲା କରିବାକୁ ପଡ଼ିଥାଏ । ତେଣୁ ସେ ମୋର ସ୍ଥିତି ବୁଝି ପାରନ୍ତି ଏବଂ ମୁଁ ତାଙ୍କ ସ୍ଥିତିକୁ ବୁଝିପାରେ । ସେ ଆହୁରି କହିଛନ୍ତି ଯଦି ମୋ ଜୀବନରେ ଅନୁଷ୍କା ନ ଆସିଥାନ୍ତେ ତେବେ ମୋର ବୋଧହୁଏ ସ୍ପଷ୍ଟତା ନଥାନ୍ତା । ଅନୁଷ୍କା ବୁଝାଇଥିବା କିଛି କଥା ଏବଂ ଆମ ମଧ୍ୟରେ ଆଲୋଚନା ମୋତେ ସବୁ ପ୍ରକାର ନକାରାତ୍ମକତାରୁ ଦୂରେଇ ରଖିଥାଏ । ତେଣୁ ସେ ମୋ ସ୍ଥିତିକୁ ବହୁତ ଭଲ ଭାବରେ ବୁଝିଥାଆନ୍ତି ଏବଂ ମୁଁ ତାଙ୍କ ସ୍ଥିତିକୁ ବୁଝିଥାଏ । ଆମ ସମ୍ପର୍କ ପାଇଁ ଅନୁଷ୍କା ସବୁ ବେଳେ ଏକ ଶକ୍ତିସ୍ତମ୍ଭ ଭାବରେ ଛିଡ଼ା ହୋଇଥାନ୍ତି । ସେ ସର୍ବଦା ମୋର ଶକ୍ତି ହୋଇ ରହିଛନ୍ତି । ମୁଁ ଏବଂ ଅନୁଷ୍କା ସବୁ ବେଳେ ପରସ୍ପର ସହିତ ରହିବାକୁ ପସନ୍ଦ କରିଥାଉ।

Breaking News