ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଉଦବେଗଜନକ ରହିଛି | କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ ମେଡିକାଲରେ ବେଡ଼, ଅକ୍ସିଜେନ୍ ଅଭାବ ଦେଖା ଦେଇଛି | ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦେଶରେ ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ଉପକରଣ ଉପରୁ କଷ୍ଟମ୍ ଡ୍ୟୁଟି ହଟାଇଲେ କେନ୍ଦ୍ର ସରକାର। ଆସନ୍ତା ୩ ମା ଯାଏଁ ଭ୍ୟାକସିନ ଉପରେ କଷ୍ଟମ ଡ୍ୟୁଟି ଲଗାଯିବ ନାହିଁ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଅକ୍ସିଜେନ ଏବଂ କୋଭିଡ୍ ଭ୍ୟାକସିନ୍ ଦର କମିବ ବୋଲି ଆଶା କରାଯାଉଛି । ବୈଠକ ପରେ ମୋଦି ଟ୍ବିଟ୍ କରି କହିଛନ୍ତି, ‘ଅକ୍ସିଜେନ୍ ଏବଂ ଅକ୍ସିଜେନ ଉପକରଣ ଉପରୁ କଷ୍ଟମ ଡ୍ୟୁଟି ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ କୋଭିଡ୍ ଭ୍ୟାକସିନ୍ ଉପରୁ ମଧ୍ୟ କଷ୍ଟମ୍ ଡ୍ୟୁଟି ଛାଡ କରାଯାଇଛି ।’ ଦେଶରେ କରୋନା ସଂକ୍ରମଣ ବ୍ୟାପକ ରୁପ ଧାରଣ କରିଛି । ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩ ଲକ୍ଷ ପାର କରୁଛି । ଏହାକୁ ଦୃଷ୍ଟିରେ ରଖି କଠୋର ହେଉଛନ୍ତି କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର । ରାଜଧାନୀ ଦିଲ୍ଲୀ ସମେତ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିସାରିଲଣି । ଏହାକୁ ଦୃଷ୍ଟିରେ ରଖି କମ ମୂଲ୍ୟାରେ ଭ୍ୟାକସିନ୍ ଏବଂ ଅକ୍ସିଜେନ ଯୋଗାଇଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….