Report Card Odisha

| Daily Odia News

ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ.….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । ବିରୋଧୀ ଦଳ ନେତା ଚୟନ ହେବାନେଇ ଚର୍ଚ୍ଚା ହେଉଛି । ଏହାପରେ ବିରୋଧୀ ଦଳ ନେତାଙ୍କ ନା ଘୋଷଣା କରିପାରେ ଦଳ । ଦୁଇ ଥର ଦଳର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ପୁନରୁଦ୍ଧାର କରିବାର ଶ୍ରେୟ ପାଇଥିବା ରାହୁଲ ଗାନ୍ଧୀଙ୍କୁ ଏହି ଦାୟିତ୍ୱ ମିଳିପାରେ । ଚଳିତଥର ଲୋକସଭା ନିର୍ବାଚନରେ କଂଗ୍ରେସକୁ ୯୯ଟି ଆସନ ମିଳିଛି ଏବଂ ରାହୁଲ ଗାନ୍ଧୀ ଉଭୟ ୱାୟନାଡ଼ ଓ ରାଏବରେଲିରୁ ବହୁତ୍ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ମଧ୍ୟ ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ନା ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ସାଙ୍ଗଲି ଆସନର ସ୍ବାଧୀନ ସାଂସଦ ବିଶାଲ ପାଟିଲ ଗୁରୁବାର କଂଗ୍ରେସକୁ ସମର୍ଥନ ଜଣାଇବା ସହ ଦଳର ସଂଖ୍ୟା ୧୦୦ରେ ପହଞ୍ଚିଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ ଦଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି।

Breaking News