ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୋମବାର ଦରମା ବୃଦ୍ଧି ଦାବି ନେଇ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ମୋ ବସ୍’ ଡ୍ରାଇଭରଙ୍କ ଅଭିଯୋଗ ଯେ, ୩ ବର୍ଷ ହେଲା ମାସକୁ ୧୨ ହଜାର ଟଙ୍କା ଲେଖାଏ ଦରମା ମିଳୁଛି। ଏଥିରୁ କଟିକି ୧୧,୫୦୦ ଟଙ୍କା ଆସୁଛି। ତେଣୁ ଏହାକୁ ୧୮ ହଜାର ଟଙ୍କା କରାଯାଉ। ସେମାନେ ଆଉ ଏକ ଅଭିଯୋଗ ଆଣିଛନ୍ତି, ‘ମୋ ବସ୍’ ଚଲାଇବା ପାଇଁ ମହାରାଷ୍ଟ୍ରର ଘରୋଇ କମ୍ପାନୀ ଟ୍ରାଭେଲ ଟାଇମ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି। ତେବେ ଏହି କମ୍ପାନୀ ଲକ୍ଡାଉନ୍ ସମୟରେ ଡ୍ରାଇଭରଙ୍କୁ ଦରମା ଦେଇ ନାହିଁ। ଏହାସହ ଶନିବାର, ରବିବାର ସଟ୍ଡାଉନ୍ ଥିବାରୁ ବସ୍ ଚଳାଚଳ କରୁନି। ସେହି ୨ ଦିନର ଦରମା ମଧ୍ୟ କାଟି ଦିଆଯାଉଛି। ପ୍ରୋଭିଡେଣ୍ଡ ଫଣ୍ଡ ପାଇଁ ଦରମାରୁ ଟଙ୍କା କଟୁଥିଲେ ମଧ୍ୟ ତାହା ଡିପୋଜିଟ ହେଉନଥିବା ନେଇ ଅଭିଯୋଗ କରିଛନ୍ତି ‘ମୋ ବସ୍’ ଡ୍ରାଇଭର|






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..