ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆର ଭାଲ୍ୟୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ବର୍ତ୍ତମାନ ଆର ଭାଲ୍ୟୁ ୧ ପାଖାପାଖି କେତେକ ରାଜ୍ୟରେ ପହଞ୍ଚି ସାରିଛି । ଓଡିଶାରେ ଆର ଭାଲ୍ୟୁ କମ୍ ରହିଛି । ୧ ଉପରେ ରହିଲେ ସଂକ୍ରମଣ ବଢିବ। ଆର ଭାଲ୍ୟୁ କମ୍ୟୁନିଟିରେ ପ୍ରତିଫଳିତ ହୋଇଥାଏ। ସେକଥା ବର୍ତ୍ତମାନ କହିବା କଷ୍ଟକର। ଚୀନରେ ପ୍ରଥମ ୱେଭରେ ଆର ଭାଲ୍ୟୁ ୬ ଉପରେ ଥିଲା । କିନ୍ତୁ ଭାରତରେ ଦ୍ବିତୀୟ ୱେଭରେ ଦେଖିବାକୁ ମିଳୁନି। ଏହାକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ । ଆର ଭାଲ୍ୟୁ ହେଲେ କମ୍ୟୁନିଟିରେ କିଭଳି ପ୍ରତିଫଳିତ ହେଉଛି ତାର କାରଣ ଖୋଜା ଚାଲିଛି। ଆର ଭାଲ୍ୟୁ ହେଲେ ଅଧିକ ସଂକ୍ରମଣ ହୋଇଥାଏ । କିନ୍ତୁ ତା ମାନେ ନୁହେଁ ସମସ୍ତେ ସଂକ୍ରମିତ ହେବେ । ଟିକାକରଣ, କୋଭିଡ୍ ଆପ୍ରୋପ୍ରିଏଟ ବି ହେଭିୟର ଫଲ କରିବା ଦରକାର ବୋଲି ଡିଏମଇଟି କହିଛନ୍ତି ।






More Stories
ଚଳିତ ରଥଯାତ୍ରା ପାଇଁ ତତ୍ପରତା, ମଗାଗଲା ରିପୋର୍ଟ…..
ଅଶ୍ଳୀଳ ନାଚିଲେ ନିଶା,ବଦଳିଲେ ଉପଜିଲ୍ଲାପାଳ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..