ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ଡ଼ରାଇବାରେ ଲାଗିଲାଣି | ହେଲେ ଲୋକଙ୍କ ଭିତରେ ଆଉ ନାହିଁ ସେଭଳି ଭୟ | ଆଜି ରାଜ୍ୟରେ ୫ଶହ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ନେଇ ବାଚସ୍ପତି କହିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ମଧ୍ୟ ସମାନ କଥା କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପଡ଼ିଲେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ଶିକ୍ଷାନୁଷ୍ଠାନ, ରେଲ୍ୱେ ଷ୍ଟେସନ୍ ଓ ବିମାନବନ୍ଦରରୁ ପଜିଟିଭ୍ ବାହାରିଲାଣି । ଆବଶ୍ୟକ ପଡ଼ିଲେ ରାତ୍ରି କର୍ଫ୍ୟୁ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ବାଚସ୍ପତି କହିଥିଲେ, ‘ବର୍ତ୍ତମାନ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଅତି ଭୟଙ୍କର ଭାବେ ଆସୁଛି। ବିଭିନ୍ନ ରାଜ୍ୟରେ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଛି। ହୁଏତ ଆଉ ୪/୫ ଦିନ ମଧ୍ୟରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଅନୁଧ୍ୟାନ କରୁଛନ୍ତି। ଏଭଳି କ୍ଷେତ୍ରରେ ପ୍ରତ୍ୟେକ ଲୋକ କରୋନା ଗାଇଡ୍ଲାଇନ୍ ପାଳନ କରିବା ନିହାତି ଜରୁରୀ।’
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ଯୋଗ୍ୟତା ସ୍ନାତକ…..
କ୍ୟାବିନେଟ୍ ବୈଠକରେ ୬ ପ୍ରସ୍ତାବକୁ ଅନୁମୋଦନ…..